ଦିନକରେ ଆଉ ୮,୩୯୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୩୯୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୭୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୬୫୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨, କଟକରୁ ୭୬୬, ଯାଜପୁରରୁ ୫୧୪, ମୟୁରଭଞ୍ଜରୁ ୪୮୫, ସୁନ୍ଦରଗଡ଼ରୁ ୪୭୭, ପୁରୀରୁ ୪୭୫, ଅନୁଗୁଳରୁ ୪୬୮, ଢେଙ୍କାନାଳରୁ ୪୫୧, ରାୟଗଡ଼ାରୁ ୨୯୨, ଜଗତସିଂହପୁରରୁ ୨୬୯, ବାଲେଶ୍ୱରରୁ ୨୪୦ ଓ ନୟାଗଡ଼ ଜିଲ୍ଲାରୁ ୨୨୩ଜଣ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୨୧୦, ନବରଙ୍ଗପୁରରୁ ୨୦୦, ସମ୍ବଲପୁରରୁ ୧୯୧, କଳାହାଣ୍ଡିରୁ ୧୯୦, ବରଗଡ଼ରୁ ୧୮୯, କେଉଁଝରରୁ ୧୮୬, ଷ୍ଟେଟପୋଲରୁ ୧୮୫, କୋରାପୁଟରୁ ୧୭୮, ବୌଦ୍ଧରୁ ୧୬୬, ଭଦ୍ରକରୁ ୧୪୭, ସୋନପୁରରୁ ୧୪୩, ମାଲକାନଗିରିରୁ ୧୨୮, ବଲାଙ୍ଗିରରୁ ୧୧୬, କନ୍ଧମାଳରୁ ୯୫, ଦେଓଗଡ଼ରୁ ୮୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଝାରସୁଗୁଡ଼ାରୁ ୫୩ ଓ ନୂଆପଡ଼ା ଜିଲ୍ଲାରୁ ୩୪ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧ ହୋଇଥିବାବେଳେ ୬ଲକ୍ଷ ୯୨ହଜାର ୨୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୮୩୧ଜଣଙ୍କର ମୃତ୍ୟୁ ଘଟିଛି ଓ ୮୭ହଜାର ୨୨୦ଜଣ ଚିକିତ୍ସିତ ହେଉଛନ୍ତି।