ରାଜ୍ୟରେ ଆଉ ୮୨୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮୨୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୬ହଜାର ୩୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୧୨, କଟକରୁ ୧୦୬, ବାଲେଶ୍ୱରରୁ ୫୬, ଯାଜପୁରରୁ ୪୨, ଜଗତସିଂହପୁରରୁ ୩୦, ମୟୁରଭଞ୍ଜରୁ ୨୭, କେନ୍ଦ୍ରାପଡ଼ା ଓ ପୁରୀରୁ ୨୦ ଲେଖାଏଁ, କେଉଁଝରରୁ ୧୯, ଅନୁଗୁଳରୁ ୧୬, ବରଗଡ଼ ଓ ସୁନ୍ଦରଗଡ଼ରୁ ୧୫ ଲେଖାଏଁ ରହିଛନ୍ତି। ସେହିପରି ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୨, ଦେଓଗଡ଼ରୁ ୧୦, ଢେଙ୍କାନାଳ ଓ ଭଦ୍ରକରୁ ୮ ଲେଖାଏଁ, ଝାରସୁଗୁଡ଼ା ଓ ମାଲକାନଗିରିରୁ ୬ ଲେଖାଏଁ, ଗଞ୍ଜାମ ଓ କୋରାପୁଟରୁ ୪ ଲେଖାଏଁ, କଳାହାଣ୍ଡି ଓ କନ୍ଧମାଳରୁ ୩ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରୁ ୨ ଲେଖାଏଁ, ବୌଦ୍ଧ ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୫୩ ହୋଇଥିବାବେଳେ ୯ଲକ୍ଷ ୯୬ହଜାର ୩୦୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୪୦ଜଣଙ୍କର ମୃତ୍ୟୁ ଘଟିଛି ଓ ୬ହଜାର ୩୬୦ଜଣ ଚିକିତ୍ସିତ ହେଉଛନ୍ତି।