ରାଜ୍ୟରେ ଆଉ ୮,୧୮୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୧୮୨ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୮ଲକ୍ଷ ୪ହଜାର ୯୮୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୮୭, କଟକରୁ  ୮୬୭, ଅନୁଗୁଳରୁ ୭୪୫, ଯାଜପୁରରୁ ୫୧୬, ବାଲେଶ୍ୱରରୁ ୪୨୩, ନୟାଗଡ଼ରୁ ୪୧୮, ଜଗତସିଂହପୁରରୁ ୩୯୭, ମୟୁରଭଞ୍ଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪, ବୌଦ୍ଧରୁ ୩୦୩, ସୁନ୍ଦରଗଡ଼ରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡ଼ାରୁ ୨୨୪, ବରଗଡ଼ରୁ ୧୮୨ ଓ ନବରଙ୍ଗପୁରରୁ ୧୭୧ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୧୬୪,  ଷ୍ଟେଟପୋଲରୁ ୧୪୫, କେଉଁଝରରୁ ୧୧୪, ରାୟଗଡ଼ାରୁ ୧୧୦, ସମ୍ବଲପୁରରୁ ୧୦୨, ମାଲକାନଗିରିରୁ ୯୭, ବଲାଙ୍ଗିରରୁ ୮୮, ସୋନପୁରରୁ ୮୪, ଝାରସୁଗୁଡ଼ାରୁ ୬୯, କନ୍ଧମାଳରୁ ୬୭, ଗଞ୍ଜାମରୁ ୫୫, ଗଜପତିରୁ ୪୫, ଦେଓଗଡ଼ ଓ ନୂଆପଡ଼ାରୁ ୩୦ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୬ହଜାର ୭୯୯ଜଣ ହୋଇଥିବାବେଳେ ୮ଲକ୍ଷ ୪ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୩୪୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୭ହଜାର ୭୪୧ଜଣ ଚିକିତ୍ସିତ ହେଉଛନ୍ତି।