ରାଜ୍ୟରେ ରେକର୍ଡସଂଖ୍ୟକ ୮୦୮ ସୁସ୍ଥ : ସଂଖ୍ୟା ୧୫, ୨୦୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ରେକର୍ଡସଂଖ୍ୟକ ୮୦୮ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୩୦ଜଣ ରହିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୫ ହଜାର ୨୦୦କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୮୦୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୩୦ଜଣ ରହିଥିବାବେଳେ ରାୟଗଡ଼ାରୁ ୬୧, କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୧୯ ଲେଖାଏଁ, ଭଦ୍ରକ ଓ ବରଗଡ଼ରୁ ୧୮ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ ୮ଜଣ ରହିଛନ୍ତି। ସେହିପରି ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେଉଁଝରରୁ ୭ ଲେଖାଏଁ, ସମ୍ବଲପୁରରୁ ୫, ନବରଙ୍ଗପୁରରୁ ୪, ସୁନ୍ଦରଗଡ଼ରୁ ୩, ଅନୁଗୁଳ, ଯାଜପୁର ଓ ପୁରୀରୁ ୨ ଲେଖାଏଁ, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ ଜଣ ରହିଥିବାବେଳେ ୧୫ ହଜାର ୨୦୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୨୦ଜଣଙ୍କର ମୃତ୍ୟୁ ଘଟିଛି ଓ ୭, ୩୭୩ ଜଣ ଚିକିତ୍ସିତ ହେଉଛନ୍ତି।