ରାଜ୍ୟରେ ୭୭୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୫ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୪୫୪ଜଣ ଓ ସ୍ଥାନୀୟ ସଂକ୍ରମଣ ୩୨୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫ହଜାର ୬୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୫୯, କଟକରୁ ୮୪, ବାଲେଶ୍ୱରରୁ ୫୯, ଷ୍ଟେଟପୋଲରୁ ୫୭, ପୁରୀରୁ ୩୯, ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧, ମୟୁରଭଞ୍ଜରୁ୨୭, କେନ୍ଦ୍ରାପଡ଼ାରୁ ୨୧, ଅନୁଗୁଳ ଓ ସୁନ୍ଦରଗଡ଼ରୁ ୨୦ ଲେଖାଏଁ ରହିଛନ୍ତି। ସେହିପରି ନୟାଗଡ଼ରୁ ୧୮, ଭଦ୍ରକ ଓ କେଉଁଝରରୁ ୧୫ ଲେଖାଏଁ, ସମ୍ବଲପୁରରୁ ୧୩, ଦେଓଗଡ଼ ଓ ଢେଙ୍କାନାଳରୁ ୯ ଲେଖାଏଁ, ଗଞ୍ଜାମରୁ ୮, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୬, ବରଗଡ଼ ଓ କନ୍ଧମାଳରୁ ୫ ଲେଖାଏଁ, ରାୟଗଡ଼ାରୁ ୪, ବଲାଙ୍ଗିର ଓ କୋରାପୁଟରୁ ୩ ଲେଖାଏଁ, ସୋନପୁର, ବୌଦ୍ଧ ଓ ନୂଆପଡ଼ାରୁ ୨ ଲେଖାଏଁ, କଳାହାଣ୍ଡି ଓ ଗଜପତିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫ହଜାର ୬୫୪ ହୋଇଥିବାବେଳେ ୯ଲକ୍ଷ ୮୯ହଜାର ୮୪୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୭୬୫ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୯୯୬ଜଣ ଚିକିତ୍ସିତ ହେଉଛନ୍ତି।