୨୪ ଘଣ୍ଟାରେ ୭୭୧ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୭୭୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୭ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୪୪୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩୨୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୪ହଜାର ୩୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୨୭, ଷ୍ଟେଟପୋଲରୁ ୭୬, କଟକରୁ ୭୧, ବାଲେଶ୍ୱରରୁ ୪୧, ଯାଜପୁରରୁ ୩୪, ଜଗତସିଂହପୁରରୁ ୨୬, ପୁରୀରୁ ୨୧, ମୟୁରଭଞ୍ଜରୁ ୧୯, ସମ୍ବଲପୁରରୁ ୧୭, ଭଦ୍ରକରୁ ୧୫ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୧୪, ସୁନ୍ଦରଗଡ଼ରୁ ୧୩, ଢେଙ୍କାନାଳରୁ ୧୨, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରୁ ୧୧ ଲେଖାଏଁ, ଝାରସୁଗୁଡ଼ାରୁ ୯, ଦେଓଗଡ଼ ଓ କେଉଁଝରରୁ ୫ ଲେଖାଏଁ, ଗଞ୍ଜାମରୁ ୪, ବରଗଡ଼, ନବରଙ୍ଗପୁର ଓ ମାଲକାନଗିରିରୁ ୩ ଲେଖାଏଁ, ବଲାଙ୍ଗିରରୁ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୪ହଜାର ୩୩୮ ହୋଇଥିବାବେଳେ ୯ଲକ୍ଷ ୯୯ହଜାର ୧୬୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୦୭୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୪୨ଜଣ ଚିକିତ୍ସିତ ହେଉଛନ୍ତି।