ଆଜି ସୁସ୍ଥ ହେଲେ ଆଉ ୭୬୨ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭୬୨ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୩ହଜାର ୨୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୨୭, କଟକରୁ ୮୮, ଷ୍ଟେଟପୋଲରୁ ୫୯, ବାଲେଶ୍ୱରରୁ ୪୬, ଯାଜପୁରରୁ ୩୨, ଜଗତସିଂହପୁରରୁ ୨୬, ମୟୁରଭଞ୍ଜରୁ ୨୨, ସମ୍ବଲପୁରରୁ ୧୮, କେଉଁଝରରୁ ୧୭, ଅନୁଗୁଳରୁ ୧୫, ନୟାଗଡ଼ରୁ ୧୪ଜଣ ରହିଛନ୍ତି। ସେହିପରି ଭଦ୍ରକ, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୨ଲେଖାଏଁ, ଦେଓଗଡ଼, ଢେଙ୍କାନାଳ ଓ ପୁରୀରୁ ୧୦ ଲେଖାଏଁ, କଳାହାଣ୍ଡିରୁ ୭, ରାୟଗଡ଼ାରୁ ୬, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ, ବଲାଙ୍ଗିର, କୋରାପୁଟ ଓ ମାଲକାନଗିରିରୁ ୨ ଲେଖାଏଁ ଓ ନୂଆପଡ଼ାରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୭୫୦ ହୋଇଥିବାବେଳେ ୯ଲକ୍ଷ ୯୩ହଜାର ୨୩୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୯୬୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ହଜାର ୪୯୩ଜଣ ଚିକିତ୍ସିତ ହେଉଛନ୍ତି।