ରାଜଧାନୀରୁ ଚିହ୍ନଟ ହେଲେ ଆଉ ୭୪ କରୋନା ରୋଗୀ, ୨୧୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ରାଜଧାନୀରୁ ପୁଣି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଡୁମୁଡୁମା ଓ ନୟାପଲ୍ଲୀ ଅଞ୍ଚଳରୁ ୩ ଜଣ ଲେଖାଏଁ ରହିଛନ୍ତି। ସେହିପରି ୫୮ଟି ଲୋକାଲ କେସ ମଧ୍ୟ ରହିଛି ଯେଉଁଥିରେ ୟୁନିଟ-୯, ଓଲ୍ଡ ଟାଉନ ଓ ପଟିଆରୁ ୪ ଜଣ ଲେଖାଏଁ ଏବଂ ବରମୁଣ୍ଡା, ଲକ୍ଷ୍ମୀସାଗର ଓ ନୟାପଲ୍ଲୀରୁ ୩ ଜଣ ଲେଖାଏଁ ରହିଛନ୍ତି।

ସୂଚନା ମୁତାବକ ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୩୧୦ରେ ପହଞ୍ଚିଛି। ସେଥିରୁ ୨୭,୯୫୮ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୧୬୮ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୧୧୬୩ ସକ୍ରିୟ ଅଛନ୍ତି।