ରାଜ୍ୟରେ ୭,୧୮୮ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭,୧୮୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୦୨୬ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୧୬୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାର ୨୪୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪, କଟକରୁ ୫୯୦, ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬, ମୟୁରଭଞ୍ଜରୁ ୩୨୦, ବରଗଡ଼ରୁ ୨୭୧, ବୌଦ୍ଧରୁ ୨୫୭, ଢେଙ୍କାନାଳରୁ ୨୫୫, ନୟାଗଡ଼ରୁ ୨୪୨, ଷ୍ଟେଟପୋଲରୁ ୨୩୭ ଓ ନବରଙ୍ଗପୁର ଜିଲ୍ଲାରୁ ୨୧୬ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୨୦୨, କଳାହାଣ୍ଡିରୁ ୧୭୭, ସୁନ୍ଦରଗଡ଼ରୁ ୧୭୨, ରାୟଗଡ଼ାରୁ ୧୬୫, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ସୋନପୁରରୁ ୧୨୯, ସମ୍ବଲପୁରରୁ ୧୨୦, ଝାରସୁଗୁଡ଼ାରୁ ୧୧୪, ଗଜପତିରୁ ୧୦୬, ବାଲେଶ୍ୱରରୁ ୧୦୩, ବଲାଙ୍ଗିରରୁ ୯୩, ମାଲକାନଗିରିରୁ ୯୨, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୭୫, ନୂଆପଡ଼ାରୁ ୬୨, ଦେଓଗଡ଼ରୁ ୬୧ ଓ କନ୍ଧମାଳ ଜିଲ୍ଲାରୁ ୫୪ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୪୭ ହଜାର ୧୪୩ ହୋଇଥିବାବେଳେ ୬ଲକ୍ଷ ୪୭ହଜାର ୧୩୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୬୮୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୭ହଜାର ୨୭୧ ଜଣ ଚିକିତ୍ସିତ ହେଉଛନ୍ତି।