ରାଜ୍ୟରେ ୭୦ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୭୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩ଲକ୍ଷ ୩୫ହଜାର ୫୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ସମ୍ବଲପୁରରୁ ୧୫, ବରଗଡ଼ରୁ ୭, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଲେଖାଏଁ, ଭଦ୍ରକ ଓ ଖୋର୍ଦ୍ଧାରୁ ୪ ଲେଖାଏଁ, କଟକରୁ ୩, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ୨ ଲେଖାଏଁ, ଅନୁଗୁଳ, ଦେଓଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରି ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୧୨୧ ହୋଇଥିବାବେଳେ ୩ଲକ୍ଷ ୩୫ହଜାର ୫୬୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୩୪ଜଣ ଚିକିତ୍ସିତ ହେଉଛନ୍ତି।