ରାଜ୍ୟରେ ଦିନକରେ ୬୯୯୮ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି କୋଭିଡ ସଂକ୍ରମଣ ସଂଖ୍ୟା ୭ ହଜାରକୁ ଖସିଆସିଥିବା ଜଣାପଡ଼ିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୬୯୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୦୫୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୨୯୪୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଏହି ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ପୁଣି ୯୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭, ବରଗଡ଼ରୁ ୩୩୦, ଭଦ୍ରକରୁ ୯୧, ବଲାଙ୍ଗିରରୁ ୨୩୬, ବୌଦ୍ଧରୁ ୬୫, କଟକରୁ ୫୧୭, ଦେବଗଡ଼ରୁ ୭୪, ଢ଼େଙ୍କାନାଳରୁ ୨୨, ଗଜପତିରୁ ୧୨୧, ଗଞ୍ଜାମରୁ ୧୨୮, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୧୬୦, କୋରାପୁଟରୁ ୫୭, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୩୦୮, ନବରଙ୍ଗପୁରରୁ ୨୫୫, ନୟାଗଡ଼ରୁ ୧୨୧, ନୂଆପଡ଼ାରୁ ୪୨୦, ପୁରୀରୁ ୨୮୮, ରାୟଗଡ଼ାରୁ ୧୮୧, ସମ୍ବଲପୁରରୁ ୩୨୩, ସୋନପୁରରୁ ୧୩୧, ସୁନ୍ଦରଗଡ଼ରୁ ୪୭୪ ଓ ଷ୍ଟେଟପୁଲରୁ ୧୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇଛନ୍ତି ଓ ୫୭ ହଜାର ୭୧୦ ଜଣ ଚିକିତ୍ସାଧୀନ ଅଛନ୍ତି।