୩୦ ଜିଲ୍ଲାରୁ ୬୪୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୬୪୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୩୭୧ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୩, ସୁନ୍ଦରଗଡ଼ରୁ ୬୨, ମୟୁରଭଞ୍ଜରୁ ୫୯, କଟକରୁ ୩୮, କେନ୍ଦୁଝରରୁ ୩୭, ପୁରୀରୁ ୩୪, ଅନୁଗୁଳ ଓ କେନ୍ଦ୍ରାପଡ଼ରୁ ୨୯ ଲେଖାଏଁ, ଜଗତସିଂହପୁରରୁ ୨୭ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୬ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୫୨କୁ ବୃଦ୍ଧି ପାଇଥିବାବେଳେ ୨୯ଲକ୍ଷ ୯ ହଜାର ୧୫୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୫୬୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୯,୨୮୦ ଜଣ ଚିକିତ୍ସିତ ହେଉଛନ୍ତି।