ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ଦିନକରେ ୬୩୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ଆସୁଛି। ସୂଚନା ଅନୁସାରେ ଗତକାଲି ରିପୋର୍ଟ ତୁଳନାରେ ଆଜି ରାଜ୍ୟରେ ୧୮ ପ୍ରତିଶତ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଦିନକରେ ରାଜ୍ୟରେ ଆଉ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ଭିତରେ ୩୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୨୬୫ ଜଣ ସ୍ଥାନୀୟ ସଂକ୍ରମଣ ଅଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଥିବାବେଳେ ସେଥିରୁ ୭,୩୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୩,୦୪,୯୦୮ ଜଣ ସୁସ୍ଥ ହୋଇସାରିଛନ୍ତି।