ଦିନକରେ ୬୩ କରୋନା ପଜିଟିଭ ଚିହ୍ନଟ : ଜଣେ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯ ଓ ସ୍ଥାନୀୟ ସଂକ୍ରମଣ ୨୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୪୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୦, ବରଗଡ଼ରୁ ୭, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ସମ୍ବଲପୁରରୁ ୬ ଲେଖାଏଁ, ପୁରୀ ଓ ଯାଜପୁରରୁ ୪ ଲେଖାଏଁ, ନୂଆପଡ଼ାରୁ ୩, ଭଦ୍ରକ ଓ କେଉଁଝରରୁ ୨ ଲେଖାଏଁ, ବୌଦ୍ଧ, କଟକ, ଦେଓଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମୟୁରଭଞ୍ଜ, ରାୟଗଡ଼ା ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ମୟୁରଭଞ୍ଜର ୫୦ ବର୍ଷୀୟ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୧ଲକ୍ଷ ୭୪୯ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ ହଜାର ୪୬୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୭୮୮ଜଣ ସୁସ୍ଥ ହୋଇଛନ୍ତି, ୧୯୧୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୦୬ ଜଣ ଚିକିତ୍ସିତ ହେଉଛନ୍ତି।