ଦିନକରେ ୬୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୬୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ ହଜାର ୯୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମୟୁରଭଞ୍ଜରୁ ସର୍ବାଧିକ୧୪, କଟକରୁ ୧୧, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ, ଦେଓଗଡ଼ରୁ ୫, ସମ୍ବଲପୁର ଓଖୋର୍ଦ୍ଧାରୁ ୪ ଲେଖାଏଁ, ଯାଜପୁରରୁ ୩, କଳାହାଣ୍ଡିରୁ ୨,ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, ନୂଆପଡ଼ା ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୫ଲକ୍ଷ ୫୮ହଜାର ୧୧୨ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ ହଜାର ୯୯୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୩୨୨ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୭୦୦ ଜଣ ଚିକିତ୍ସିତ ହେଉଛନ୍ତି।