ରାଜ୍ୟରେ ଆଉ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୬୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୩୫୪୬ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୨୫୭୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଏହି ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ୮୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୫୧, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, କଟକରୁ ୩୪୩, ଦେବଗଡ଼ରୁ ୩୯, ଢ଼େଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪, ଜଗତସିଂହପୁରରୁ ୭୩, ଯାଜପୁରରୁ ୩୨୪, ଝାରସୁଗୁଡ଼ାରୁ ୨୫୪, କଳାହାଣ୍ଡିରୁ ୩୨୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୩୧୮, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୩୦, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୭୮୫ ଓ ଷ୍ଟେଟପୁଲରୁ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୫୯ ହଜାର ୪୬୭ ଜଣ ସୁସ୍ଥ ହୋଇଛନ୍ତି ଓ ୪୫ ହଜାର ୯୪୯ ଜଣ ଚିକିତ୍ସାଧୀନ ଅଛନ୍ତି।