ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣରେ ଲଗାମ ଲାଗିଛି। ଧୀରେ ଧୀରେ ଦୈନିକ ସଂକ୍ରମଣ କମୁଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୬୦୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୫୨୨ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୨୫୫୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।
ଏହି ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ପୁଣି ୧୦୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୩୯, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୮୬, ଭଦ୍ରକରୁ ୬୫, ବଲାଙ୍ଗିରରୁ ୪୫୭, ବୌଦ୍ଧରୁ ୬୪, କଟକରୁ ୧୯୮, ଦେବଗଡ଼ରୁ ୩୬, ଢ଼େଙ୍କାନାଳରୁ ୧୨, ଗଜପତିରୁ ୭୯, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୬୨, ଯାଜପୁରରୁ ୧୦୭, ଝାରସୁଗୁଡ଼ାରୁ ୩୫୯, କଳାହାଣ୍ଡିରୁ ୨୭୭, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୪, କେନ୍ଦୁଝରରୁ ୨୬୬, କୋରାପୁଟରୁ ୭୬, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୨୦୬, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୪୦୦, ପୁରୀରୁ ୨୨୬, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୧୫୮, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୩୭୧ ଓ ଷ୍ଟେଟପୁଲରୁ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୬୭ ହଜାର ୧୧୧ ଜଣ ସୁସ୍ଥ ହୋଇଛନ୍ତି ଓ ୫୦ ହଜାର ୯୫୮ ଜଣ ଚିକିତ୍ସାଧୀନ ଅଛନ୍ତି।