ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ବଲାଙ୍ଗିରରୁ ୬ ଜଣ, ଅନୁଗୁଳ, ଜଗତସିଂହପୁର ଓ ସମ୍ୱଲପୁରରୁ ୫ ଜଣ ଲେଖାଏଁ, ଦେବଗଡରୁ ୪ ଜଣ, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ରହିଛନ୍ତି। ବାଲେଶ୍ୱରରୁ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ ଓ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।