କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କରୋନା ନେଲା ୬ ଜୀବନ। ସେଥିମଧ୍ୟରେ ୩ ଜଣ ଗଞ୍ଜାମର ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡ଼ାରୁ ଜଣେ ଏବଂ କେନ୍ଦ୍ରାପଡ଼ାରୁ ଜଣେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ସେହିପରି ଗଞ୍ଜାମର ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

ଗଞ୍ଜାମରେ ମୃତ୍ୟୁ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୫୬ ବର୍ଷର ପୁରୁଷ, ୬୪ ବର୍ଷର ପୁରୁଷ ଓ ଅନ୍ୟ ଜଣେ ୫୦ ବର୍ଷର ମହିଳା। ତେବେ ସେମାନେ ସମସ୍ତେ ପୂର୍ବରୁ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ।

ସେହିପରି ରାୟଗଡ଼ାର ମୃତକ ଜଣଙ୍କ ୮୦ ବର୍ଷୀୟ ବୃଦ୍ଧ ଏବଂ ପୂର୍ବରୁ ସେ ପଲ୍ୟୁମନାରି ରୋଗରେ ପୀଡ଼ିତ ଥିଲେ। କେନ୍ଦ୍ରାପଡାର ମୃତକ ଜଣଙ୍କ ୪୯ ବର୍ଷୀୟ ପୁରୁଷ ଏବଂ ତାଙ୍କୁ ଡାଇବେଟିସ ଥିଲା। ଖୋର୍ଦ୍ଧାର ମୃତକ ଜଣଙ୍କ ୫୩ ବର୍ଷୀୟ ପୁରୁଷ ଏବଂ ସେ ଏଚଆଇଭି ପଜିଟିଭ ଥିଲେ।