ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧,୭୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୁରୀରୁ ୪୭ ବର୍ଷୀୟ ପୁରୁଷ ଓ ୩୭ ବର୍ଷୀୟ ମହିଳା, ଝାରସୁସୁଗଡ଼ାରୁ ୩୩ ବର୍ଷୀୟ ମହିଳା, ଖୋର୍ଦ୍ଧାରୁ ୫୬ ବର୍ଷୀୟ ପୁରୁଷ, ସମ୍ବଲପୁରରୁ ୫୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ରୁ ୩୦ ବର୍ଷୀୟ ଯୁବକ ରହିଛନ୍ତି। ସମସ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।