ନନ୍ଦନକାନନରେ ୬ ଚିତ୍ରା ହରିଣ ମୃତ୍ୟୁ

ବାରଙ୍ଗ,ଏନ୍ଏନ୍ଏସ୍ : ବିଶ୍ୱ ଦରବାରରେ କରୋନା ନାମଟି ବହୁ ଭାବରେ ଭୟଭୀତ କରି ରଖିଥିବା ବେଳେ ଆଜି ନନ୍ଦନକାନନରେ ଛଅଟି ଚିତ୍ରା ହରିଣଙ୍କ ମୃତ୍ୟୁ ଘଟିଛି । ଏପଟେ ଆଜି କରୋନା ଦାଉରୁ ବର୍ତ୍ତିବା ପାଇଁ ନନ୍ଦନକାନନ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନନ୍ଦନକାନନ କର୍ତୃପକ୍ଷ ଘୋଷଣା କରିଛନ୍ତି। ବାହାରୁ ଆସୁଥିବା ଦର୍ଶକ ମାନଙ୍କ ଦ୍ୱାରା ନନ୍ଦନକାନନ ସଂକ୍ରମିତ ନହେବା ପାଇଁ ବିହିତ ପଦକ୍ଷେପମାନ ନେବା ପାଇଁ ପ୍ରସ୍ତୁତ ଅଛି । ଏହି ସମୟରେ ଶୁକ୍ରବାର କୁଜି ହରିଣ ମରିଥିବା ଆଜି ଖୁଆଡ଼ ନଂ ୬୮ ରେ ୬ଟି ଚିତ୍ରା ହରିଣଙ୍କ ମୃତ୍ୟୁ ଘଟିଛି ।