ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହସ୍ପିଟାଲ କର୍ମଚାରୀ, ଜଣେ ଡାକ୍ତରୀ ଛାତ୍ରୀ ଓ ଅନ୍ୟ ଜଣେ ଜଣେ ସ୍ଥାନୀୟ ରହିଥିବା ବିିଏମସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଜଣେ ସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି।
ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ଆପୋଲର ଜଣେ ୩୮ ବର୍ଷୀୟ ପୁରୁଷ କର୍ମଚାରୀ ରହିଛନ୍ତି। ସେହିପରି ଏମ୍ସ ହସ୍ପିଟାଲର ୩୭ ବର୍ଷୀୟ ପୁରୁଷ, ୩୧ ବର୍ଷୀୟ ମହିଳା, ୩୦ ବର୍ଷୀୟ ପୁରୁଷ କର୍ମଚାରୀ ରହିଥିବାବେଳେ ଜଣେ ୨୪ ବର୍ଷୀୟା ଡାକ୍ତରୀ ଛାତ୍ରୀ ରହିିଛନ୍ତି। ଏମ୍ସର ଏହି ୪ ଆକ୍ରାନ୍ତଙ୍କ ସମ୍ବନ୍ଧରେ ଗତକାଲି ହସ୍ପିଟାଲାର ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଥିଲେ। ଅନ୍ୟପଟେ ପୋଖରୀପୁଟର ଜଣେ ୩୫ ବର୍ଷୀୟ ପୁରୁଷ ରହିଛନ୍ତି ଯାହାଙ୍କର ଟ୍ରାଭେଲ ହିଷ୍ଟ୍ରି କନ୍ଧମାଳ ରହିଥିବା ଜଣାପଡ଼ିଛି। ଏଥିସହିତ ଜୟଦେବ ବିହାରସ୍ଥିତ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ଜଣେ ୪୬ ବର୍ଷୀୟ ପୁରୁଷ ଆରୋଗ୍ୟ ଲାଭ କରିଛନ୍ତି।
