ଭୁବନେଶ୍ୱର,ଏନ୍ଏନ୍ଏସ୍: ଥରିଲାଣି ଓଡିଶା। ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ ଲହରି। ତାପମାତ୍ରା ସ୍ୱାଭାବିକ ଭାବେ କମ୍ ରହୁଛି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖାଯାଉଛି। ଶୀତର ରକ୍ଷା ପାଇବା ପାଇଁ ଲୋକେ ରାସ୍ତାକଡରେ ନିଆଁ ଜାଳୁଥିବାର ଦୃଶ୍ୟ ମଧ୍ୟ ଏବେଠୁ ଦେଖିବାକୁ ମିଳୁଛି। ଓଡିଶାର ୬ଟି ସହରର ତାପାମାତ୍ରା ଏବେ ୧୫ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ହୋଇଥିବା ଜଣାପଡିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦାରିଙ୍ଗିବାଡିରେ ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି। ଏହାପଛକୁ କୋରାପୁଟରେ ୧୨.୨ ଡିଗ୍ରୀ, ଫୁଲବାଣୀରେ ୧୨.୬ ଡିଗ୍ରୀ, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡରେ ୧୪.୩ ଡିଗ୍ରୀ, ଝାରସୁଗୁଡାରେ ରାତି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ଯଥାକ୍ରମେ ୧୭ ଏବଂ ୧୮ ଡିଗ୍ରୀ ରହିଛି।
