ରାଜ୍ୟରେ ୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୫୭୧ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ ଜଣ କ୍ୱାରେଣ୍ଟାଇନ ଓ ୧୬୮ଜଣ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୫୭୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୭୩, ଗଜପତିରୁ ୫୬, ସୁନ୍ଦରଗଡ଼ରୁ ୫୧, ଖୋର୍ଦ୍ଧାରୁ ୩୭, କଟକରୁ ୨୯, ବାଲେଶ୍ୱରରୁ ୨୮, ଜଗତସିଂହପୁରରୁ ୧୭, ଯାଜପୁରରରୁ ୧୬, ମୟୁରଭଞ୍ଜରୁ ୧୪, ରାୟଗଡ଼ାରୁ ୧୦, ନବରଙ୍ଗପୁର ଓ କେଉଁଝର ଜିଲ୍ଲାରୁ ୭ଜଣ ଲେଖାଏଁ ରହିଛନ୍ତି। ସେହିପରି ସମ୍ବଲପୁରରୁ ୬, ବଲାଙ୍ଗିରରୁ ୫, ପୁରୀ ଓ ଅନୁଗୁଳରୁ ୪ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩, ନୟାଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୭୮୦ଜଣଙ୍କର କରୋନା ଟେଷ୍ଟ ହୋଇଥିବାବେଳେ ୧୦ହଜାର ୯୭ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୬,୪୮୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୩,୫୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।