ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର କମିବା ସହିତ ରାଜଧାନୀରେ ମଧ୍ୟ ସଂକ୍ରମଣ ହାର ଖୁବ୍ କମ ହୋଇଛି। ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱରରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୭୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି।
ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୪୬ ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏଥିସହିତ ବର୍ତ୍ତମାନ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୩୦,୧୨୭ରେ ପହଞ୍ଚିଛି। ସେଥିରୁ ସମୁଦାୟ ୨୯,୨୨୧ ଜଣ ସୁସ୍ଥ ହୋଇସାରିଥିବାବେଳେ ୬୯୦ ଜଣ ସକ୍ରିୟ ଅଛନ୍ତି। ସେହିପରି ୧୯୬ ଜଣଙ୍କ ମୃତ୍ୟୁ ହୋଇସାରିଛି।