ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ସଂକ୍ରମଣ ତୁଳନାରେ ୭୮ ପ୍ରତିଶତ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ରାଜ୍ୟରେ ଦିନକରେ ୧୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୬୪ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ୧୨୬, କଟକରୁ ୧୧୦, ଅନୁଗୁଳରୁ ୬୫, ବଲାଙ୍ଗିରରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡ଼ାରୁ ୫୪, ନୂଆପଡ଼ାରୁ ୫୨, ବରଗଡ଼ରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ୱରରୁ ୩୪, ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡ଼ରୁ ୩୧, ଭଦ୍ରକରୁ ୨୮, ଢ଼େଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡ଼ାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ରାୟଗଡ଼ାରୁ ୬, ଦେବଗଡ଼ରୁ ୪, ବୌଦ୍ଧରୁ ୩ ଓ ଷ୍ଟେଟପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।
ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨,୯୭, ୮୬୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ରାଜ୍ୟରୁ ୭୫୩ ଟି କରୋନା କେସ୍ ଚିହ୍ନଟ ହୋଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୬୫୯କୁ ଛୁଇଁଛି।