ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୬୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ଲକ୍ଷ ୮ହଜାର ୨୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୬, କଟକରୁ ୭୭, ଷ୍ଟେଟପୋଲରୁ ୫୨, ଯାଜପୁରରୁ ୩୦, ସୁନ୍ଦରଗଡ଼ରୁ ୨୫, ଜଗତସିଂହପୁରରୁ ୨୩, ବାଲେଶ୍ୱର ଓ ମୟୁରଭଞ୍ଜରୁ ୨୨ ଲେଖାଏଁ, ପୁରୀରୁ ୧୮ ଓ ଭଦ୍ରକ ଜିଲ୍ଲାରୁ ୧୦ଜଣ ରହିଛନ୍ତି। ସେହିପରି ନୟାଗଡ଼ରୁ ୭, କେନ୍ଦ୍ରାପଡ଼ାରୁ ୬, ମାଲକାନଗିରିରୁ ୫, ଦେଓଗଡ଼ ଓ ନୂଆପଡ଼ାରୁ ୪ ଲେଖାଏଁ, ଗଜପତି ଓ ଗଞ୍ଜାମରୁ ୩ ଲେଖାଏଁ, ବରଗଡ଼, ଢେଙ୍କାନାଳ, କଳାହାଣ୍ଡି, କେଉଁଝର ଓ କୋରାପୁଟରୁ ୨ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୨୧୬ ହୋଇଥିବାବେଳେ ୧୦ଲକ୍ଷ ୮ହଜାର ୨୨୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୧୪୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୩୫୧ଜଣ ଚିକିତ୍ସିତ ହେଉଛନ୍ତି।