ରାଜଧାନୀରେ ୫୫୦ ଗ୍ରାମ ବ୍ରାଉନସୁଗାର ଓ ୩୩ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସହିଦନଗର ଥାନା କେସୁରା ଅଞ୍ଚଳର ଏକ ଘର ଭିତରୁ ଆଜି ୫୫୦ ଗ୍ରାମ ବ୍ରାଉନସୁଗାର ସହ ୩୩ଲକ୍ଷ ଟଙ୍କା ଜବତ ହୋଇଛି। ଆଉ ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଓ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବ୍ରାଉନସୁଗାର, ଟଙ୍କା ସହ ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ଜବତ ହୋଇଥିବା ନେଇ ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

କମିଶନର କହିଛନ୍ତି ଯେ, ବ୍ରାଉନସୁଗାର ସହ ଏତେ ପରିମାଣରେ ଟଙ୍କା ମିଳିବା ଅଦ୍ଭୁତପୂର୍ବ। ଏହା ପଛରେ କିଛି ଅପରାଧିକ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଜବତ ବ୍ରାଉନସୁଗାର ଓ ୨ ଅଭିଯୁକ୍ତଙ୍କ ଜଳେଶ୍ୱର ଲିଙ୍କ ରହିଛି ।