ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୦୭୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯୨ଜଣ ଓ ସ୍ଥାନୀୟ ସଂକ୍ରମଣ ୮୮୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୫ହଜାର ୭୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୩, କଟକରୁ ୨୮୩, ପୁରୀରୁ ୧୩୩, ଯାଜପୁରରୁ ୧୨୦, ବାଲେଶ୍ୱର ଓ ମୟୁରଭଞ୍ଜରୁ ୧୧୫ ଲେଖାଏଁ, ଭଦ୍ରକରୁ ୧୧୦, ଜଗତସିଂହପୁରରୁ ୯୯, ଷ୍ଟେଟପୋଲରୁ ୮୫, ଢେଙ୍କାନାଳରୁ ୬୧, ଅନୁଗୁଳରୁ ୫୯, କେନ୍ଦ୍ରାପଡ଼ା ଓ ନୟାଗଡ଼ାରୁ ୫୮ ଲେଖାଏଁ, ସୁନ୍ଦରଗଡ଼ରୁ ୫୬, ମାଲକାନଗିରିରୁ ୪୭, କେଉଁଝରରୁ ୪୬, ବରଗଡ଼ରୁ ୩୮, ସମ୍ବଲପୁରରୁ ୩୦, କନ୍ଧମାଳରୁ ୧୯, ବଲାଙ୍ଗିରରୁ ୧୭, ରାୟଗଡ଼ାରୁ ୧୬, ବୌଦ୍ଧରୁ ୧୨, କୋରାପୁଟ ଓ ନବରଙ୍ଗପୁରରୁ ୧୦ ଲେଖାଏଁ, ସୋନପୁରରୁ ୯, ଝାରସୁଗୁଡ଼ା, କଳାହାଣ୍ଡି ଓ ଗଞ୍ଜାମରୁ ୫ ଲେଖାଏଁ, ନୂଆପଡ଼ାରୁ ୪, ଦେଓଗଡ଼ ଓ ଗଜପତିରୁ ୩ ଲେଖାଏଁ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୫ହଜାର ୭୪୯ ହୋଇଥିବାବେଳେ ୯ଲକ୍ଷ ୧୮ହଜାର ୪୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୭୯୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨ହଜାର ୮୬୦ ଜଣ ଚିକିତ୍ସିତ ହେଉଛନ୍ତି।