ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା, ୨୪ ଘଣ୍ଟାରେ ବାହାରିଲେ ୫୦୯ ପଜିଟିଭ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ପୁଣି ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିସାରିଲାଣି । ଗତ ୨୪ ଘଣ୍ଟାରେ ୫୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୯ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୨୨୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୫୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୪୫୮୫ ଜଣଙ୍କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ୱରରୁ ୫, ବରଗଡରୁ ୨, ଭଦ୍ରକରୁ ୭, ବଲାଙ୍ଗୀରରୁ ୧, ବୌଦ୍ଧରୁ ୨, କଟକରୁ ୧୧୦, ଢେଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୧୦, କଳାହାଣ୍ଡିରୁ ୬, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୦, କୋରାପୁଟରୁ ୨, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧, ନୟାଗଡରୁ ୯, ନୂଆପଡାରୁ ୪, ପୁରୀରୁ ୧୪, ସମ୍ବଲପୁରରୁ ୮, ସୋନପୁରରୁ ୧, ସୁନ୍ଦରଗଡରୁ ୪୯ ଓ ଷ୍ଟେଟ ପୁଲରୁ ୪୧ ଜଣ ରହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୪୫୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୧୮୬୬ଜଣ ସୁସ୍ଥ ହୋଇଛନ୍ତି ।