Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାୟଗଡ଼ା ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିୟାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାୟଗଡ଼ା ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିୟାନ

ରାୟଗଡ଼ା,ଏନ୍ଏନ୍ଏସ୍ : ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିୟାନ ଜେକେପୁର ସ୍ଥିତ ଇଏସଆଇ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ସକାଳ ୯ଟାରେ ଆସି ଜେକେ ହେଲିପେଡ଼ରେ ଅବତିର୍ଣ୍ଣ କରିଥିଲେ । ସେଠାରୁ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା , ଏସପି ଶର୍ବଣ ବିବେକ ଏମ ସହିତ ଆସି କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ଆଗକୁ ଜିଲ୍ଲାରେ ହଜାର ହଜାରା ସଂଖ୍ୟାରେ ପ୍ରବାସି ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିବାର ଥିବା ବେଳେ ସେମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଫଳରେ ସଙ୍କଟାପର୍ଣ୍ଣ ଅବସ୍ତାରେ କୈଣସି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଇ ବରଂ ନିଜ ଜିଲ୍ଲାଉପରେ ଆତ୍ମ ନିର୍ଭରଶିଳ ହୋଇପାରିବ ।

ସେଥିପାଇଁ ଏଥିରେ ୫ଟି ଭେଟିଂଲେଟର ସହ ୧୦ ଟି ଆଇସିୟୁ ନିର୍ମାଣ କରିବାକୁ ୫ଟି ସଚିବ ଭି . କାର୍ତିକେୟନ ପାଣ୍ଡିୟାନ ନିର୍ଦ୍ଧେଶ ଦେଇଥିବା ଗସ୍ତ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏଥିପାଇଁ ଆବଶ୍ୟକିୟ ଯନ୍ତପାତି ଏବଂ ଅର୍ଥ ରାଜ୍ୟ ସରକାର ଯେଗାଇଦେବେ ବୋଲି ସେ କହିଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ ଏହି ଗସ୍ତ ସମୟରେ ରୋଗିମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ କୋଭିଡ଼ ହସପିଟାଲ ଇନଚାର୍ଜଙ୍କୁ ପଚାରି ବୁଝିଥିଲେ । ତେବେ ପ୍ରତ୍ୟେକ ଦିନ ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରବାସୀ ଶ୍ରମିକ ମାନେ ଚାଲିଚାଲି ନଯିବାପାଇଁ ଗାଡ଼ିର ବ୍ୟବସ୍ଥା କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

ଯେଉଁ ଶ୍ରମିକ ମାନେ ଫେରୁଛନ୍ତି ବା ଫେରିଛନ୍ତି ସେମାନଙ୍କୁ ମନରେଗା ଯେଜନାରେ ଅଧିକରୁ ଅଧିକ କାମ ନିଜନିଜ ଅଚଂଳରେ ଯେଗାଇ ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଲକଡ଼ାଉନ ଯୋଗୁଁ ବନ୍ଦ ରହିଥିବା ହାଟ ବଜାରକୁ କିଭଳି ସାମାଜିକ ଦୁରତା ବଜାଇରଖି ପୁନ କାର୍ଯ୍ୟ୪ମ କରାଯିବ ସେଦିଗରେ ଉଦ୍ୟମ ଆରମ୍ଭ ହୋଇଥିବା ନେଇ ସେ ସଚିବଙ୍କୁ ଅବଗତ କରିଥିବା କହିଛନ୍ତି ।

ସେହିପରି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅନ୍ତବାସୀ ମାନଙ୍କୁ ସ୍ୱେଛାସେବୀ , ଗଣମାଧ୍ୟମ ପ୍ରତିନିଧି ଏବଂ ଗାଁ ଭାଇଙ୍କୁ ନେଇ କରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ହାତକୁ ନେବାକୁ ସଚିବ ପାଣ୍ଡିୟାନ ପରାମର୍ଶ ଦେଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଡ଼ି ଅମୃତ ରୁତୁରାଜ , ସିଡ଼ିଏମଓ ଡ଼ା.ଆର୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କରୋନା ସ୍ଥିତି ଏବଂ ସେ ଦିଗରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉଭୟ ସଚିବଙ୍କୁ ଅବଗତ କରାଇଥିଲେ ।