ରାଜ୍ୟରେ ପୁଣି ସର୍ବାଧିକ ୪୬୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତ ସ୍ଥିତି ଅନିୟନ୍ତ୍ରିତ ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୭୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଏହି ୪୬୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ନୂଆପଡ଼ାରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬୯ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ, କଳାହାଣ୍ଡିରୁ ୩୬ ଜଣ, ବରଗଡ଼ରୁ ୩୨ ଜଣ, ଅନୁଗୁଳରୁ ୨୭ ଜଣ, କଟକରୁ ୨୨ ଜଣ, ବାଲେଶ୍ୱରରୁ ୧୬ ଜଣ, ସମ୍ବଲପୁରରୁ ୧୬ ଜଣ ଓ ଝାରସୁଗୁଡ଼ାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୩୭ ହଜାର ୨୧୨କୁ ବୃଦ୍ଧି ପାଇଥିବା ବେଳେ ୨ ହଜାର ୫୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।