ଆଜି ରାଜଧାନୀରୁ ୪୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ରାଜଧାନୀରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୩୬ ଜଣ ଲୋକାଲର ବୋଲି ଜଣାପଡ଼ିଛି। ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି ରାଜଧାନୀରୁ ଆଉ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହି ସବୁ ଭିତରେ ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦,୪୧୮ରେ ପହଞ୍ଚିଛି। ସେଥିରୁ ୨୯,୬୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୫୯୨ ଜଣ ସକ୍ରିୟ ଥିବାବେଳେ ୨୦୨ ଜଣଙ୍କ ମୃତ୍ୟୁ ହୋଇସାରିଛି।