ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୫୨ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୬୭ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୭, ସୁନ୍ଦରଗଡ଼ରୁ ୭୫, ନୂଆପଡ଼ାରୁ ୭୧, କଟକରୁ ୨୬, କଳାହାଣ୍ଡିରୁ ୨୯, ବରଗଡ଼ରୁ ୧୯, ଝାରସୁଗୁଡ଼ାରୁ ୧୭, ଷ୍ଟେଟପୋଲରୁ ୧୬, ବଲାଙ୍ଗିରରୁ ୧୫, ଗଞ୍ଜାମରୁ ୧୩, ଅନୁଗୁଳରୁ ୧୨, ପୁରୀରୁ୧୧, ସମ୍ବଲପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୧୦ ଲେଖାଏଁ ରହିଛନ୍ତି। ସେହିପରି ନବରଙ୍ଗପୁର ଓ ଯାଜପୁରରୁ ୮ ଲେଖାଏଁ, ବାଲେଶ୍ୱର ଓ ରାୟଗଡ଼ାରୁ ୫ ଲେଖାଏଁ, ଭଦ୍ରକ, ଗଜପତି ଓ କନ୍ଧମାଳରୁ ୪ ଲେଖାଏଁ, କେଉଁଝରରୁ ୩, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରୁ ୨ ଲେଖାଏଁ, ଦେଓଗଡ଼, ଢେଙ୍କାନାଳ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୧ଲକ୍ଷ ୩୦ହଜାର ୬୪୮ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୨ହଜାର ୨୨୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୭ହଜାର ୪୩୦ଜଣ ସୁସ୍ଥ ହୋଇଛନ୍ତି, ୧୯୨୧ଜଣଙ୍କର ମୃତ୍ୟୁ ଘଟିଛି ଓ ୨୮୨୦ ଜଣ ଚିକିତ୍ସିତ ହେଉଛନ୍ତି।