ରାଜ୍ୟରୁ ଆଜି ଗଲା ୪୫ ଜଣ କରୋନା ଆକ୍ରାନ୍ତ ଜୀବନ, ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି। ଆଜି ରାଜ୍ୟରେ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୩ ଜଣ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।