ରାଜ୍ୟରେ ୨୪ ଘଣ୍ଟାରେ ୩୦୮୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଏବେ ବି ଦୈନିକ କୋଭିଡ ପଜିଟିଭ ସଂଖ୍ୟା ୩ ହଜାର ଉପରେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୦୮୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୩୧୨ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭୮ ଜଣ, ବାଲେଶ୍ୱରରୁ ୨୪୬ ଜଣ, ବରଗଡ଼ରୁ ୩୬ ଜଣ, ଭଦ୍ରକରୁ ୧୪୫ ଜଣ, ବଲାଙ୍ଗିରରୁ ୨୧୦ ଜଣ, ବୌଦ୍ଧରୁ ୩୫ ଜଣ, କଟକରୁ ୪୬୨ ଜଣ, ଦେଓଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୯୫ ଜଣ, ଗଜପତିରୁ ୧୬ ଜଣ, ଗଞ୍ଜାମରୁ ୨୨ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୨୦୫ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୧୭ ଜଣ, କନ୍ଧମାଳରୁ ୨୮ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, କେନ୍ଦୁଝରରୁ ୭୨ ଜଣ, ଖୋର୍ଦ୍ଧାରୁ ୫୮୪ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୮୪ ଜଣ, ମୟୂରଭଞ୍ଜରୁ ୧୫୪ ଜଣ, ନବରଙ୍ଗପୁରରୁ ୩୫ ଜଣ, ନୟାଗଡ଼ରୁ ୧୧୦ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୧୮୯ ଜଣ, ରାୟଗଡ଼ରୁ ୨୧ ଜଣ, ସମ୍ବଲପୁରରୁ ୩୧ ଜଣ, ସୋନପୁରରୁ ୨୪ ଜଣ, ସୁନ୍ଦରଗଡ଼ରୁ ୫୯ ଜଣ , ଷ୍ଟେଟ ପୁଲରୁ ୯୭ ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୧ ହଜାର ୨୩୧ଟି ଆକ୍ଟିଭ୍‌ କେସ ରହିଥିବା ବେଳେ ଜଣ ୮ ଲକ୍ଷ ୭୭ ହଜାର ୫୪୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି।