ରାଜ୍ୟରେ ସୁସ୍ଥ ହେଲେ ୪୪୭ କୋଭିଡ ଆକ୍ରାନ୍ତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସିଲା ଦୈନିକ ସୁସ୍ଥ ରିପୋର୍ଟ। ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୭ କୋଭିଡ ସଂକ୍ରମିତ। ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୮୮୯କୁ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୨୦୭ ଆକ୍ରାନ୍ତ।