ରାଜ୍ୟରୁ ୪୪୭ କରୋନା ପଜିଟିଭ୍ ଚିହ୍ନଟ, ୭୮ ଶିଶୁ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ତଳମୁହାଁ ହୋଇଛି। ଗତ କିଛି ଦିନ ହେବ ରାଜ୍ୟର କରୋନା ଗ୍ରାଫ୍ ତଳମୁହାଁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭୮ ଶିଶୁ ସଂକ୍ରମିତ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୪୪୭ ଜଣଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଓ ବାକି ୧୮୭ ଟି ଲୋକାଲ କେସ୍ ରହିଛି। ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦୁଇ ଅଙ୍କ ବିଶିଷ୍ଟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେବି ଖୋର୍ଦ୍ଧା ଜିଲ୍ଲାରୁ ତିନି ଅଙ୍କ ବିଶିଷ୍ଟ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଏବେବି ରାଜ୍ୟ ବାସୀଙ୍କ ମନରେ ଭୟ ରହିଛି।