ରାଜ୍ୟରେ ଆଉ ୪୪ ଜଣଙ୍କ କରୋନାରେ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୧୬୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଗତ ୨୪ ମଧ୍ୟରେ ରାଜ୍ୟରେ ରୋକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ୪୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ, ଅନୁଗୁଳ, ବରଗଡ଼, କଟକ ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, କଳାହାଣ୍ଡି, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ସେହିପରି ଦେବଗଡ଼, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।