ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ: ସଂଖ୍ୟା ୧୦,୮୭୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ ହଜାର ୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬, ଝାରସୁଗୁଡ଼ାରୁ ୩୦, କେଉଁଝର, ମାଲକାନଗିରି ଓ ଜଗତସିଂହପୁରରୁ ୧୭ ଲେଖାଏଁ, ଖୋର୍ଦ୍ଧାରୁ ୧୨, ଅନୁଗୁଳ ଜିଲ୍ଲାରୁ ୮ଜଣ ରହିଛନ୍ତି। ସେହିପରି ସୋନପୁରରୁ ୭, ବରଗଡ଼ରୁ ୬, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ୫ ଲେଖାଏଁ, ଢେଙ୍କାନାଳରୁ ୪, ଭଦ୍ରକ ଓ ବାଲେଶ୍ୱରରୁ ୩ ଲେଖାଏଁ, କଟକରୁ ୨ ଓ ପୁରୀ ଜିଲ୍ଲାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ହୋଇଥିବାବେଳେ ୧୦ ହଜାର ୮୭୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭୯ଜଣଙ୍କର ମୃତ୍ୟୁ ଘଟିଛି ଓ ୪,୪୩୬ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।