କରେଣ୍ଟ ଲାଗି ବସ୍‌ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ନିଲମ୍ବିତ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍‌ ଦୁର୍ଘଟଣାରେ ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗୋଟିଏ ପଟେ କୌଣସି ବିଭାଗ ଏହି ଭୁଲ୍‌କୁ ମୁଣ୍ଡାଇବାକୁ ରାଜି ନଥିବା ବେଳେ ସରକାରଙ୍କ ପକ୍ଷରୁ ଦୁଇ ବିଭାଗର ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ଅନ୍ୟପଟେ ୪ ଜଣ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବା ପରେ ବି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଭୁଲ୍‌ ଯୋଗୁଁ ୧୦ଟି ନିରିହ ଜୀବନ ଚାଲିଗଲା । ହେଲେ ସରକାର ଏହି ଘଟଣାରେ କାହାକୁ ଗିରଫ ନକରି କେବଳ ସସ୍‌ପେଣ୍ଡ କରି ଚୁପ୍‌ ବସି ପଡ଼ିଲେ । ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଆବଶ୍ୟକ । ଅନ୍ୟପଟେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।