କରୋନାରେ ଆଖି ବୁଜିଲେ ଆଉ ୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନ ଯୋଗୁ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା୧,୮୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୬୫ ବର୍ଷୀୟା ମହିଳା, ଢେଙ୍କାନାଳରୁ ୩୨ ବର୍ଷୀୟା ମହିଳା, ଗଞ୍ଜାମରୁ ୬୦ ବର୍ଷୀୟ ବୃଦ୍ଧ ଓ ଝାରସୁଗୁଡ଼ାରୁ ୭୩ ବର୍ଷୀୟ ବୃଦ୍ଧ ରହିଛନ୍ତି। ଏମାନେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଜାପରେ ପୀଡ଼ିତ ଥିଲେ।