ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ: ୪ କୋଟି ଡୋଜ ପାର୍ କଲା ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ। ୪ କୋଟି ଡୋଜ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ ଶହରୁ ୨୪ ଶହକୁ ବୃଦ୍ଧି କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଯେଉଁ ଗାଁରେ ଶହେରୁ ଅଧିକ ଲୋକ ଟିକା ନେଇନାହାନ୍ତି ସେଠାରେ ଅଧିକ ଟିକା କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ବି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି। ଚଳିତ ମାସ ୨ ତାରିଖରୁ ହର୍‌ ଘର କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ ୩୫ ପ୍ରତିଶତରୁ ବଢି ୪୦ ପ୍ରତିଶତ ହୋଇଛି। ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୪୧ ପ୍ରତିଶତ ଲୋକ ଉଭୟ ଡୋଜ ନେଇସାରିଥିବା କହିଛନ୍ତି ବିଜୟ ମହାପାତ୍ର।