ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରର ଜଣେ ୨୮ ବର୍ଷୀୟ ଯୁବକ ରହିଛନ୍ତି ଯିଏକି ହାଇଦ୍ରାବାଦରୁ ଫେରିଥିଲେ। ସେହିପରି ଦିଲ୍ଲୀରୁ ଫେରିଥିବା ଡୁମଡୁମା ଅଂଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ ରହିଛନ୍ତି। ଆଉ ପଟିଆ ଅଂଚଳରୁ ଗୋଟିଏ ପରିବାରର ଜଣେ ୩୪ ବର୍ଷୀୟ ପୁରୁଷ ଓ ୨୬ ବର୍ଷୀୟ ମହିଳା ରହିଛନ୍ତି ଯାହାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ଏମାନେ ସମସ୍ତେ ବାହାର ରାଜ୍ୟରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ।
