ଆଜି ରାଜ୍ୟରେ ସୁସ୍ଥ ହେଲେ ୩୮୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ତୁଳନାରେ ଆଜି ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୩୮୮୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ୨ ଲକ୍ଷ ୨୪ ହଜାର ୨୭୩ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ କଟକରୁ ୩୨୫, ପୁରୀରୁ ୧୯୩, ଝାରସୁଗୁଡ଼ାରୁ ୧୫୯, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ ୧୨୪, କେନ୍ଦ୍ରାପଡ଼ାରୁ ୧୨୨, ସୁନ୍ଦରଗଡ଼ରୁ ୧୨୧, କଳାହାଣ୍ଡିରୁ ୧୧୨, ବଲାଙ୍ଗିରରୁ ୧୦୩, ବରଗଡ଼ରୁ ୮୧, ନୂଆପଡ଼ାରୁ ୮୦, ଢ଼େଙ୍କାନାଳରୁ ୭୯, ଜଗତସିଂହପୁରରୁ ୭୨, ସମ୍ବଲପୁରରୁ ୭୨, ରାୟଗଡ଼ାରୁ ୭୦, ଭଦ୍ରକରୁ ୬୪, କନ୍ଧମାଳରୁ ୫୯, ନବରଙ୍ଗପୁରରୁ ୫୬, ନୟାଗଡ଼ରୁ ୫୨, ସୋନପୁରରୁ ୫୦, କୋରାପୁଟରୁ ୪୮, ଗଞ୍ଜାମରୁ ୪୨, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଅନୁଗୁଳରୁ ୧୯, ଦେବଗଡ଼ରୁ ୧୬ ଓ ଗଜପତିରୁ ୧୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୧୬୮ ଜଣ ସୁସ୍ଥ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାଜ୍ୟରେ ୨୮୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୪୯ ହଜାର ୬୯୩ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ୨୪ ହଜାର ୩୬୧ ଜଣ ସକ୍ରିୟ ଥିବା ସୂଚନା ରହିଛି।