ଦିନକରେ ଆଉ ୩,୮୦୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୮୦୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୭୨ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୬୩୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୭୯୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୦୦, ଷ୍ଟେଟପୋଲରୁ ୧୯୫, ଅନୁଗୁଳରୁ ୧୭୫, ମୟୁରଭଞ୍ଜରୁ ୧୫୯, ଭଦ୍ରକରୁ ୧୫୮, କେନ୍ଦ୍ରାପଡ଼ାରୁ ୧୪୫, ନୟାଗଡ଼ରୁ ୧୩୪, ଜଗତସିଂହପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧୯, ରାୟଗଡ଼ାରୁ ୧୧୧, ନବରଙ୍ଗପୁରରୁ ୮୮ ଓ କେଉଁଝର ଜିଲ୍ଲାରୁ ୮୧ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ବରଗଡ଼ରୁ ୫୮, ଗଜପତି ଓ ସମ୍ବଲପୁରରୁ ୪୫ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪୩ ଲେଖାଏଁ, ସୋନପୁର ଓ ଗଞ୍ଜାମରୁ ୩୬ ଲେଖାଏଁ, ବୌଦ୍ଧରୁ ୩୫, କନ୍ଧମାଳରୁ ୩୪, ନୂଆପଡ଼ାରୁ ୩୧, ଦେଓଗଡ଼ରୁ ୩୦, ବଲାଙ୍ଗିରରୁ ୨୮ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୮ ହୋଇଥିବାବେଳେ ୮ଲକ୍ଷ ୨୩ହଜାର ୫୯୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୫୦୮ଜଣଙ୍କର ମୃତ୍ୟୁ ଘଟିଛି ଓ ୪୩ହଜାର ୩୩୮ଜଣ ଚିକିତ୍ସିତ ହେଉଛନ୍ତି।