କରୋନା ନେଲା ଆଉ ୩୭ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୫୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱର, ଝାରସୁଗୁଡ଼ା, କଳାହାଣ୍ଡି ଓ କଟକରୁ ୪ ଲେଖାଏଁ, ବରଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, ବଲାଙ୍ଗିର, ଦେଓଗଡ଼, କେନ୍ଦ୍ରାପଡ଼ାରୁ ଓ ରାୟଗଡ଼ାରୁ ୨ ଲେଖାଏଁ, ଗଜପତି, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।