ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୭୭କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଣୀବିହାର ପଥରବନ୍ଧାରୁ ୧୪, ସହିଦ ନଗରରୁ ୧୦, ବାଳିଆପତା ବସ୍ତିରୁ ୭, ୟୁନିଟ-୯, ପଟିଆ ଶିଖରଚଣ୍ଡି ବସ୍ତି ଓ ପଟିଆରୁ ୫ଜଣ ଲେଖାଏଁ ରହିଛନ୍ତି।
