ଭୁବନେଶ୍ୱରରେ ୩୪୫ କରୋନା ପଜିଟିଭ ଚିହ୍ନଟ : ୪୧୨ ସୁସ୍ଥ ରାଜ୍ୟ By Nitidin On Sep 22, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୩୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪୪ଜଣ ରହିଛନ୍ତି। ଅନ୍ୟପଟେ ୪୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। କହିବାକୁ ଗଲେ, ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥସଂଖ୍ୟା ଲଗାତାର ଭାବେ ବଢ଼ି ଚାଲିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୨୪୩ ହୋଇଥିବାବେଳେ ୧୫ ହଜାର ୩୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ହଜାର ୮୦୬ଜଣ ଚିକିତ୍ସିତ ହେଉଛନ୍ତି। Share