ରାଜଧାନୀରେ ୩୧୧ ଆକ୍ରାନ୍ତ : ୨୩୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ଆଉ ୩୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨୨୯ଜଣ ରହିଛନ୍ତି। ଅନ୍ୟପଟେ ୨୩୫ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ହଜାର ୧୯୪ ହୋଇଥିବାବେଳେ ୯୩ହଜାର ୩୩୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫୯୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୪୬ଜଣ ଚିକିତ୍ସିତ ହେଉଛନ୍ତି।